ନୂଆଦିଲ୍ଲୀ : ପୂର୍ବତନ ଜେଡିୟୁ ନେତା ଅଜୟ ଆଲୋକ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଅଜୟ ଆଲୋକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅଜୟ ଆଲୋକ କହିଛନ୍ତି, ଏକ ପରିବାରକୁ ଆସିବା ଭଳି ଲାଗିଛି। ଅଷ୍ବିନୀ ବୈଷ୍ଣବ ଅଜୟ ଆଲୋକଙ୍କୁ ଜଣେ ଦକ୍ଷ ରାଜନୈତିକ ସମୀକ୍ଷକ କହି ପ୍ରଶଂସା କରିଛନ୍ତି। ଇତିମଧ୍ୟରେ ଆଲୋକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। ଅଜୟ ଆଲୋକ କହିଛନ୍ତି, ନୀତୀଶ ହେଉଛନ୍ତି ଏମିତି ଜଣେ ବିନ୍ଧାଣୀ ଯିଏ କି ଆଇନ ଶୃଙ୍ଖଳା, ଦୁର୍ନୀତି ଏବଂ ସାମ୍ପ୍ରଦାୟିକତାବାଦରେ ସାଲିସ କରି ନିଜ କାର୍ଯ୍ୟକୁ ନଷ୍ଟ କରିଦେଉଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୨ରେ ଜେଡିୟୁ ଅଜୟ ଆଲୋକଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କରିଥିଲା।