ମୁମ୍ବାଇର ଲୋକପ୍ରିୟ ତଥା ଅତି ପରିଚିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଜଗତପୁରର ଜଣେ ମହିଳା ଥାନାକୁ ଯାଇ ଏତଲା ଦେଇଛନ୍ତି । ଗାୟିକା କରାଇଦେବାର ସ୍ୱପ୍ନ ଦେଖାଇ ଶୋଷଣ କରିଥିବା ନେଇ ଏତଲା ଦେଇଛନ୍ତି ସମ୍ପୃକ୍ତ ମହିଳା । ମାନସିକ ଏବଂ ଶାରୀରିକ ସ୍ତରରେ ମହିଳାଙ୍କୁ ନିର୍ଯାାତନା ଦେଇଥିବା ନେଇ ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ପୀଡ଼ତା ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଅଭିଯୋଗ କରିଛନ୍ତି କଣ୍ଠଶିଳ୍ପୀ। ତାଙ୍କ କହିବା ଅନୁଯାୟୀ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ପୀଡ଼ିତା ଜଣେ ବ୍ୟାଙ୍କ କର୍ମଚାରୀ ବି ବୋଲି ସୂଚନା ମିଳିଛି। ଏହି ଘଟଣା ପୁଣି ଓଲିଉଡକୁ ବଦନାମ କରିଥିବା କୁହାଯାଉଛି। ଏଣେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ପୁଲିସ କି ପଦକ୍ଷେପ ନେଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର। ଖାଲି ସେତିକି ନୁହେଁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଯୌନ ନିର୍ଯାତନା ବି ଦେଇଛନ୍ତି। ପୂର୍ବରୁ ପୀଡ଼ିତା ଜଗତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ସେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି।