ଅମରନାଥ ଗୁମ୍ଫା କାଶ୍କୀରର ବରଫାବୃତ ପାହାଡ଼ ଅଞ୍ଚଳରେ ଅବସ୍ଥିତ । ଅମରନାଥ ଗୁମ୍ଫା ହେଉଛି ମହାଦେବ ଶିବଙ୍କର ସବୁଠାରୁ ପବିତ୍ର ସ୍ଥାନ। ବର୍ଷରେ ଅଳ୍ପ କିଛି ଦିନ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ବରଫାବୃତ ଲିଙ୍ଗ ଏଠାରେ ଦେଖିବାକୁ ମିଳେ । ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫାକୁ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚ୍ ତୀର୍ଥଯାତ୍ରୀ ଜମ୍ମୁ କାଶ୍ମୀର ବାଲାତାଲ ବେସ୍ କ୍ୟାମ୍ପରୁ ବାହାରିଛନ୍ତି । ବମ୍ ବମ୍ ଭୋଲେ, ହର ହର ମହାଦେବ ନାରାରେ କମ୍ପିଛି ପରିବେଶ। ସମୁଦ୍ର ପତ୍ତନରୁ ୧୨ହଜାର ୭୫୬ ଫୁଟ୍ ଉଚ୍ଚରେ ରହିଛି ଅମରନାଥ ଗୁମ୍ଫା। ତୀର୍ଥଯାତ୍ରୀମାନେ ବାଲତାଲ ବେସ କ୍ୟାମ୍ପଠାରୁ ପବିତ୍ର ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ୧୪ କିଲୋମିଟର ରାସ୍ତା ଅତିକ୍ରମ କରିବେ। ଏଠାରେ ବରଫ ଶିବଲିଙ୍ଗ ରୂପରେ ବିରାଜମାନ କରିଛନ୍ତି ବାବା ମହାଦେବ। ଅମରନାଥ ଗୁମ୍ଫାରେ ବରଫରେ ଆପଣାଛାଏଁ ଉଭା ହୋଇଥିବା ଶିବଲିଙ୍ଗ ପୂଜା ପାଇଥାନ୍ତି । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ବର୍ଷରେ ଥରେ ମାତ୍ର ଆର୍ବିଭାବ ହୋଇଥାନ୍ତି । ତାହା ବି ମାତ୍ର ଅଳ୍ପ କିଛି ଦିନ ପାଇଁ । ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଅମରନାଥ ଗୁମ୍ଫାରେ ମା’ ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଇଥିଲେ । ତେଣୁ ଅମରନାଥ ଗୁମ୍ଫାର ମହତ୍ୱ ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ଅମରନାଥ ଗୁମ୍ଫାରେ ଶିବଲିଙ୍ଗ ନିକଟରୁ ପାଣି ବୋହି ଯାଇଥାଏ । କିନ୍ତୁ ଏହି ପାଣି କେଉଁଠୁ ଆସୁଛି ତାହାର ପତ୍ତା କେହି ପାଇ ନାହାନ୍ତି । ଅମରନାଥ ଗୁମ୍ଫା ୫୦୦୦ ବର୍ଷ ପୁରୁଣା ଗୁମ୍ଫା ।