ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ସୁପର୍ଷ୍ଟାର୍ ଆମୀର ଖାନ୍ଙ୍କ ଝିଅ ଇରା ଖାନ୍। ସେ ଆଜି ପ୍ରେମିକ ନୂପୁର ଶିଖରେଙ୍କୁ ବିବାହ କରିଛନ୍ତି। ଅତି ସାଧାରଣ ଢ଼ଙ୍ଗରେ ଦୁହେଁ ବିବାହ କରିଥିବା ବେଳେ ବିବାହର ଭୋଜି ବଡ଼ ଆକାରରେ ଦିଆଯିବ ବୋଲି ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଲା, ବିବାହ ପାଇଁ ନୂପୁର କୌଣସି ଦାମି ସେରୱାନି ନ ପିନ୍ଧି ହାଫ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଦେଖାଯାଇଛି।ଦୁହେଁ କୋର୍ଟ ମ୍ୟାରେଜ୍ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ଏବେ ରେଜିଷ୍ଟରରେ ଦସ୍ତଖତ କରି ଇରାଙ୍କୁ ନିଜର ଜୀବନସାଥୀ କରିଛନ୍ତି ନୂପୁର । ଏହି ସମୟର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଇରା-ନୂପୁରଙ୍କ ସମେତ ଆମୀର, ତାଙ୍କର ୨ପତ୍ନୀ ଓ ନୂପୁରଙ୍କ ପରିବାର ଉପସ୍ଥିତ ଥିବା ଦେଖାଯାଇଛି।