ଯାଜପୁର ଜିଲ୍ଲାର ସୁକିନ୍ଦା ଜନ ଜାତି ଅଧ୍ୟୁଷିତ ଅଂଚଳ ରେ ସ୍ୱlସ୍ଥ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତୁମୁଣିକୁ ନିୟମିତ ସାପ୍ତାହିକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବାରେ ଥିବା ୮ ଜଣିଆ ଡାକ୍ତରୀଦଳ ଯାଇ ଜନ ବସତି ଅଂଚଳ ରେ ସ୍ୱlସ୍ଥ ସେବା ଯୋଗାଇ ଥାନ୍ତି l ଗୁରୁବାର ତୁମୁଣି ଜଙ୍ଗଲରେ ଜନ ବସତି ଗାଁ କୁ ଯାଇ ଥିଲେ l ଫେରିବା ସମୟରେ ହାତୀ ଦଳ ୨ ଭାଗରେ ଥିବା ୬ଟିକିଆ ହାତୀପଲରାସ୍ତା ରେ ବହୁ ସମୟ ଧରି ରହିବା ଯୋଗୁ ସେ ରାସ୍ତାରେ ଯିବାକୁ କାହାରି କୁ ଛାଡି ନ ଥିଲେl ଡାକ୍ତରୀ ଟିମି ଅଧାବାଟ ଜଙ୍ଗଲରେ ଫସି ରହିଥିଲେ। ଗାଁରେ ଘରକୁ ଘର ବୁଲି ଟିକାଦାନ ଓ ସାଧାରଣ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ଗାଁ ମୁଣ୍ଡରୁ କିଛି ଦୂରରେ ସଦ୍ୟ ମଳ ଓ ଦଳାଚକଟା ଦେଖି ସେମାନେ ହାତୀ ଆଶଂକାରେ ସେଠାରେ ଅଟକି ଯାଇଥିଲେ। ଏହି ସମୟରେ ନିଜ ଗାଁକୁ ଆସୁଥିବା ୩ ଜଣ ଗ୍ରାମବାସୀ ବାଟରେ ହାତୀପଲ ଥିବା ସେମାନଙ୍କୁ ଜଣାଇଥିଲେ। ସେଠାରୁ ଗୋଟିଏ ପାର୍ଶ୍ବରେ ଦନ୍ତା ଓ ମାଈ ଏବଂ ଅନ୍ୟ ପାର୍ଶ୍ବରେ ଆଉ ୨ଟି ମାଈ ଓ ୨ଟି ଛୁଆହାତୀ ଥିବା ସୂଚନା ଦେଇଥିଲେ। ଏଣୁ ଡାକ୍ତରୀଦଳ ଓ ଗ୍ରାମବାସୀ ତୁମୁଣି ଜଙ୍ଗଲର ଗୁଳାବାଟରେ ୨ ଘଣ୍ଟା ଧରି ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଗ୍ରାମବାସୀଙ୍କ ସାଥୀରେ ପୁଣି ଗାଁକୁ ଫେରି ଅନ୍ୟ ୨ ଗ୍ରାମବାସୀ ବରଜୁ ପ୍ରଧାନ ଓ ମଧୁ ପ୍ରଧାନଙ୍କ ସହାୟତାରେ ଗାଁର ପୂର୍ବଦିଗରେ ଥିବା ତୀଖ ପାହାଡ଼ି ଗୁଳାବାଟେ ପାଖାପାଖି ୫ କିଲୋମିଟର ବାଟ ଓହ୍ଲାଇ ଦେଓଗାଁ ବାହାଳିସାହି ପହଞ୍ଚିବା ପରେ ସମସ୍ତେ ଆଶ୍ବସ୍ତି ହୋଇଥିଲେ।
ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ନିର୍ଦ୍ଦେଶରେ ତଥା ବରିଷ୍ଠ ଡାକ୍ତର ସୁବାସ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ବରେ ବରିଷ୍ଠ ସ୍ବାସ୍ଥ୍ୟ ପରିଦର୍ଶକ ଅନ୍ତର୍ଯ୍ୟାମୀ ଧଳ, ସ୍ବାସ୍ଥ୍ୟକର୍ମୀ ଭାସ୍କର ହାଇବ୍ରୁ, ନରହରି ପୂର୍ତ୍ତି ଓ ମେଘନାଦ ଦେହୁରୀ, ଏଏନ୍ଏମ୍ ଗୋଲାପ ପ୍ରଧାନ, ଆଶାକର୍ମୀ ଜୟନ୍ତୀ ପ୍ରଧାନ ଓ ଶରତ ମହାନ୍ତ ସକାଳୁ ସ୍ବତନ୍ତ୍ର ବୋଲେରୋ ଗାଡ଼ିରେ ନଗଡ଼ା ଉପକଣ୍ଠ ନାଲିଆଡାବ ପହଞ୍ଚିବା ପରେ ପାହାଡ଼ି ଗୁଳାରେ ଚାଲିଚାଲି ତୁମୁଣି ପହଞ୍ଚିଥିଲେ। ଗାଁର ୨୪ ଗୋଟି ଜୁଆଙ୍ଗ ଜନଜାତି ପରିବାର ପାଖେ ପହଞ୍ଚି ନିୟମିତ ଟିକାଦାନ ଓ ସାଧାରଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ବଣୁଆ ହାତୀପଲର ଉପସ୍ଥିତି ସୂଚନା ପାଇଥିଲେ। ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରି ସହାୟତା ଲୋଡ଼ିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଶୁଭାଶିଷ ଜେନା ବନ ବିଭାଗର ହସ୍ତକ୍ଷେପ ଲୋଡ଼ିଥିଲେ। ଏ ସଂପର୍କରେ ଡ୍ୟୁଟିରେ ଥିବା ବରିଷ୍ଠ ବନରକ୍ଷୀ ଇପସିତରାୟ ନାଏକଙ୍କୁ ପଚାରିବାରେ ଗତକାଲି ରାତି ପର୍ଯ୍ୟନ୍ତ ଢେଙ୍କାନାଳ କଣ୍ଢାର ସଂରକ୍ଷିତ ଜଙ୍ଗଲର ରଞ୍ଜାଗଡ଼ ପାହାଡ଼ରେ ଥିବା ହାତୀପଲ ଆଜି ଯାଜପୁର-ଢେଙ୍କାନାଳ ସୀମାନ୍ତ ସୁକିନ୍ଦା ରେଞ୍ଜ୍ ଚିଙ୍ଗୁଡ଼ିପାଳ ପଞ୍ଚାୟତ ବାଘୁଆସାହି ଗାଁ ପାଖ ବାହାଡ଼ାକୋଟା ଜଙ୍ଗଲ ବାଟେ ତୁମୁଣି ମୁହାଁ ହୋଇଥିଲେ। ତେବେ ପାହାଡ଼ି ଇଲାକାରେ ଘନ କୁହୁଡ଼ି, ଚଳମାନ ବାଦଲ ଓ ଗହଳିଆ ଜଙ୍ଗଲ ସାଙ୍ଗକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଢେଙ୍କାନାଳ ବନଖଣ୍ଡ ପକ୍ଷରୁ ହାତୀପଲର ଗତିବିଧି ସଂପର୍କରେ ଆମକୁ ଆଗୁଆ ସୂଚନା ଦିଆଯିବା ସମ୍ଭବ ହୋଇନଥିବା କହିଥିଲେ। ଏହି ଦୃର୍ଗମ ଅଂଚଳ ରେ ସ୍ୱlସ୍ଥ ସେବା ଯୋଗାଇବା ପାଇଁ ଡାକ୍ତରୀ ଟିମି ନିଜ ଜୀବନ ପ୍ରତି ବିପଦ କୁ ସାମାନ୍ନା କରି ସେବା ଯୋଗାଉଛନ୍ତି l ଏହି ଟିମି ସହିତ ବନ ବିଭାଗ କର୍ମ ଚାରି ସାମିଲ କରିବାକୁ ଦାବୀ ହେଉଛି l
ତୁମୁଣି ରାସ୍ତା ରେ ଗଜ ରାଜ ଆତଙ୍କ ଫସିଲେ ୮ ଜଣିଆ ଡାକ୍ତରୀଦଳ
Leave a comment