ଟି-ସିରିଜ୍ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଛି ଏକ ଜବରଦସ୍ତ ଫିଲ୍ମର ଟ୍ରେଲର। ତେବେ ଏହି ଟ୍ରେଲର ଦେଖି ସାରିବା ପରେ ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି ରଣବୀର। କାହିଁକି ନା ଫିଲ୍ମର ନାଁ ହେଉଛି animal। ଏହି ଚଳଚିତ୍ରର ଟ୍ରେଲରକୁ ଦେଖିବାକୁ ଅନେକ ଦର୍ଶକ ଅପେକ୍ଷା କରିଥିଲେ। ଆଉ ଆଜି ଏତେ ଦିନର ବ୍ୟବଧାନ ପରେ ରଣବୀର ଏକ ଭିନ୍ନ ଓ ଲୋମଟାଙ୍କୁରି ଦେବା ଭଳି ଚରିତ୍ର କରିଥିବା ଲୋକେ ଟ୍ରେଲର ଦେଖି କମେଣ୍ଟ କରି ଜଣାଇଛନ୍ତି।ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଛି। ଟ୍ରେଲରରେ ରଣବୀର ସିଗାରେଟ ଟାଣୁଥିବା ସହ ତାଙ୍କର ଆକ୍ସନ ଅବତାର ଦେଖିବାକୁ ପାଇଛନ୍ତି ଦର୍ଶକ।ଆନିମଲ’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ରଶ୍ମିକା ମନ୍ଦନା କହିଛନ୍ତି ଯେ ସେ ଏହି ଚଳଚ୍ଚିତ୍ରକୁ ନେଇ ଖୁବ ଆଶାବାଦୀ ଏବଂ ଏହା ହୁଏତ ତାଙ୍କର ସର୍ବୋତ୍ତମ ଚଳଚ୍ଚିତ୍ର ହୋଇପାରେ।
ତେବେ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ସମେତ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ।