ଜାମ୍ମୁକାଶ୍ମୀର ଓ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ତାରିଖ ଘୋଷଣା କରିଛନ୍ତି । ତେବେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଜାମ୍ମୁକାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।ମୁଖ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ, ଜାମ୍ମୁକାଶ୍ମୀରରେ ପ୍ରଥମେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡିବ । ଏହାପରେ ସେପ୍ଟେମ୍ବର ୧୯ରେ ଦ୍ୱିତୀୟ ପର୍ଯ୍ୟାୟ ଓ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡିବ । ଏହାପରେ ଅକ୍ଟୋବର ୪ ତାରିଖରେ ଭୋଟ୍ ଗଣତି ହେଇ ରେଜଲ୍ଟ ପ୍ରକାଶ ପାଇବ ।