ବିଜେଡି ଛାଡିଥିଲେ ଦୁଇଦିନ ତଳେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି । ନିଜ ପତ୍ନୀ ବର୍ଷାଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ ଅନୁଭବ । ବିଜେଡି ତାଙ୍କୁ କିଛିମାସ ଧରି କୋଣୋଠେସା କରିଥିଲା । ତେବେ ବିଜେଡି ପାଇଁ ସେ ସମର୍ପିତ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଦଳ ତାଙ୍କୁ ଯେଭଳି ସମ୍ମାନ ଦେବା କଥା ତାହା ଦେଉନଥିଲା ବୋଲି କହିଛନ୍ତି ଅନୁଭବ । ଅରିନ୍ଦମ, ସିଦ୍ଧାନ୍ତ, ଆକାଶଙ୍କ ପରେ ବିଜେଡିର ହାତ ଛାଡିଛନ୍ତି ଅନୁଭବ ।