ଉଚ୍ଚତମ ନ୍ୟାୟାଳୟ ଆରବିନ୍ଦ କେଜ୍ରିୱାଲ ଙ୍କୁ ଜାମିନ ଦେବା ପାଇଁ ଆବେଦନ ଉପରେ ୭ ମେ ରେ ଶୁଣାଣି କରିବେ । ଉଚ୍ଚତମ ନ୍ୟାୟାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କୁ ଜାମିନ ଦେଇପାରନ୍ତି । ଏ ସମ୍ପର୍କାରେ ନ୍ୟାୟାଳୟ ପକ୍ଷରୁ ସଂଙ୍କେତ ଦିଆଯାଇଛି । ୭ ମେ ରେ ତୃତୀୟ ପଯ୍ୟାୟ ଭୋଟ ଗ୍ରହଣ ହେବାକୁ ଯାଉଛି । ଏହି ଦିନ ଉଚ୍ଚତମ ନ୍ୟାୟାଳୟ ଅରବିନ୍ଦ ଙ୍କୁ ଜାମିନ ଦେବା ପାଇଁ କରାଯାଇଥିବା ଆବେଦନ ଉପରେ ନିର୍ଣ୍ଣୟ କରିବେ । ଉଚ୍ଚତମ ନ୍ୟାୟଳୟ କହିଛନ୍ତି ନିର୍ବାଚନ କୁ ଆଖି ଆଗରେ ରଖି ଜାମିନ ଦେବା ପାଇଁ ବିଚାର କରାଯାଇପାରିବ । ନଦେ୍ର୍ଦଶାଳୟକୁ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଯେ ଆମେ ଏ ସମ୍ପର୍କରେ ନିଷ୍ପତି ଗ୍ରହଣ କରିବୁ । ମଙ୍ଗଳବାର ହେବ ଏ ସମ୍ପର୍କରେ ଶୁଣାଣି ।