ନିମାପଡ଼ାରେ ନିର୍ବାଚନୀ ହିଂସା, ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ଗାଡ଼ି ଉପରେ ବିଜେପି କର୍ମୀଙ୍କ ଆକ୍ରମଣ । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ରୁଦ୍ର ମହାରଥୀଙ୍କ ସହ ବିଜେଡିର ବରିଷ୍ଠ ନେତା । ନିମାପଡ଼ା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ପିପିଲି ବିଧାୟକ ରୁଦ୍ର ମହାରଥୀ ତମ୍ପାଲୋ ପଞ୍ଚାୟତରେ ସାଂଗଠନିକ ବୈଠକ ସାରି ଫେରୁଥିବା ବେଳେ ତେରୁଣ୍ଡିଆ ମଠସାହି ଠାରେ ତାଙ୍କ ଗାଡି ଉପରେ ବିଜେପି କର୍ମୀ ମାନେ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି ।