ସିଡନୀ: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ଭାରତ ବିପକ୍ଷରେ ୩-୧ରେ ଟେଷ୍ଟ ସିରିଜ ଜିତିଲା କଙ୍ଗାରୁ ଦଳ । ଏହାସହିତ ଧୂଳିସାତ୍ ହୋଇଯାଇଛି ଭାରତର WTC ଫାଇନାଲ ସ୍ୱପ୍ନ। ସିଡନୀ ଟେଷ୍ଟ ଜିତିବା ସହ WTC ଫାଇନାଲରେ ସ୍ଥାନ ପାଇଛି ଅଷ୍ଟ୍ରେଲିଆ। ୧୦ବର୍ଷ ପରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଜିତିଛି ଅଷ୍ଟ୍ରେଲିଆ। ସିଡନୀରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ୬ ୱିକେଟରେ ଭାରତକୁ ଧୂଳି ଚଟାଇଛି କଙ୍ଗାରୁ ଦଳ। ସିଡନୀ ଟେଷ୍ଟରେ ହାରିବା ପରେ କ୍ରମାଗତ ତୃତୀୟ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ବା(ଡବ୍ଲୁଟିସି) ଫାଇନାଲରେ ପ୍ରବେଶ କରିବାର ସ୍ୱପ୍ନ ଭାରତର ଧୂଳିସାତ୍ ହୋଇଯାଇଛି। ଶେଷ ମ୍ୟାଚ୍ରେ ଭାରତ କଙ୍ଗାରୁ ଦଳକୁ ୧୬୨ ରନ ଟାର୍ଗେଟ ଦେଇଥିଲା। ଆୟୋଜକ ଦଳ ୪ ୱିକେଟ ହରାଇ ସହଜରେ ସିରିଜ ହାତେଇ ନେଇଛି। ଅଷ୍ଟ୍ରେଲିଆ ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ ଜିତିଛି। ଏହା ସହିତ ୧୦ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାରେ କଙ୍ଗାରୁ ଦଳ ସଫଳ ହୋଇଛନ୍ତି। ଡଞଉ ଫାଇନାଲରେ କଙ୍ଗାରୁ ଦଳ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବ।
ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ଇନିଂସରେ ଭାରତ ୧୮୫ ରନ କରିଥିବାବେଳେ ଦ୍ବିତୀୟ ଇନିଂସରେ ୧୫୭ ରନ କରି ଅଷ୍ଟ୍ରେଲିଆକୁ ୧୬୨ରନର ଟାର୍ଗେଟ ଦେଇଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ ରନ କରିଥିଲା । ଦ୍ବିତୀୟ ଇନିଂସରେ ଭାରତ ଦେଇଥିବା ୧୬୨ରନର ଟାର୍ଗେଟକୁ ୪ ୱିକେଟ ହରାଇ ହାସଲ କରି ନେଇଛି । ସିଡନୀ ଟେଷ୍ଟ ଜିତିବା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜକୁ ୩-୧ରେ କବଜା କରି ନେଇଛି । ଏହା ସହିତ ବିଶ୍ବ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରଛି ଅଷ୍ଟ୍ରେଲିଆ । ସିଡନୀ ଟେଷ୍ଟରେ ୧୦ୱିକେଟ ନେଇଥିବା ବୋଲାଣ୍ଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସିଡନୀ ଟେଷ୍ଟର ଦୁଇଟି ପାଳିଲେ ସେ ଯଥାକ୍ରମେ ୬ ଓ ୪ଟି ଲେଖାଏଁ ୱିକେଟ ନେଇଥିଲେ ।