ଭାରତୀୟ କ୍ରିକେଟ ଟିମର ଜର୍ସିରେ ହେବ ବଡ ପରିବର୍ତ୍ତନ । ଟିମ ଇଣ୍ଡିଆର କିଟ ସ୍ପନସର କିଲର(Killer) ଏବେ ଭାରତର ହାତ ଛାଡିବାକୁ ଯାଉଛି । ଏଣିକି କିଲର(Killer) ଜାଗାରେ ଭାରତୀୟ ଦଳକୁ ସ୍ପନସର କରିବ ଆଉ ଏକ କମ୍ପାନୀ ‘ଆଦିଦାସ’ (Adidas) । ଏ ନେଇ ଭାରତୀୟ କ୍ରିକେଟ ବୋର୍ଡ(BCCI) ଚୁକ୍ତି କରିସାରିଛି । ଖୁବଶୀଘ୍ର ‘କିଲର’କୁ ଏହି କମ୍ପାନୀ ରିପ୍ଲେସ କରିବ ବୋଲି ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।୨୦୨୩ର ନୂଆବର୍ଷରେ ଭାରତ ପାଇଁ ନୂଆ କିଟ ସ୍ପନସର ହୋଇଥିଲା ‘କିଲର’ । ‘ଏମପିଏଲ’କୁ ଜାଗାରେ ଟିମ ଇଣ୍ଡିଆର କିଟ ସ୍ପନସର ପାଇଁ ବିସିସିଆଇ ସହ ଚୁକ୍ତି କରିଥିଲା ଏହି କମ୍ପାନୀ । କିନ୍ତୁ ଏବେ କିଲର ମଧ୍ୟ ଭାରତୀୟ ଦଳର ହାତ ଛାଡିବ ବୋଲି ଜଣାଯାଇଛି । ସ୍ପୋର୍ଟସ କମ୍ପାନୀ ‘ଆଦିଦାସ’ ଭାରତର ନୂଆ କିଟ୍ ସ୍ପନସର ଭାବେ ବିସିସିଆଇ ସହ ଚୁକ୍ତି କରିଛି । ଆସନ୍ତା ଜୁନ ୨୩ ତାରିଖରୁ କିଲର ସ୍ଥାନରେ ‘ଆଦିଦାସ’ ଲୋଗୋ ଥିବା ଜର୍ସି ପିନ୍ଧିବେ ଇଣ୍ଡିଆନ ପ୍ଲେୟର । ବିସିସିଆଇ ‘ଆଦିଦାସ’ ସହ ୫ ବର୍ଷିଆ ଚୁକ୍ତି କରିଥିବା ନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।