ଭୁବନେଶ୍ୱର: ପଶ୍ଚିମବଙ୍ଗର ବାଙ୍କୁରାରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ କରାଯାଇଛି। ଏହା ସହିତ ଅଧିକାରିକମାନେ ଜିନ୍ନତକୁ ଏବେ ଜନ୍ତାରେ ରଖିଥିବା ସୂଚନା ଦେଇଛନ୍ତି। ପିସିସିଏଫଙ୍କ ସୂଚନା ଅନୁଯାୟୀ, ଟ୍ରାଙ୍କୁଲାଇଜ କରିବା ପରେ ଜିନ୍ନତଙ୍କୁ ଆଗାମୀ ଦିନରେ ଆଲିପୁରକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯିବ। ସେଠାରେ ବାଘୁଣୀ ଜିନତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ, ଏହାପରେ ବାଘୁଣୀ ଜିନ୍ନତକୁ ପୁନଃ ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣାଯିବ।
ବାଘୁଣୀ ଜିନ୍ନତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ସେ କିଭଳି ପ୍ରାକୃତିକ ପରିବେଶରେ ରହିପାରିବ ଏବଂ ଶିମିଳିପାଳ ଅଭୟାରଣ୍ୟରେ ନୂଆ ଜୀବନ ଆରମ୍ଭ ଆରମ୍ଭ କରିପାରିବ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ବାଘୁଣୀ ଜିନ୍ନତର ସଫଳ ଟ୍ରାଙ୍କୁଲାଇଜେସନ୍ ଓ ପରିକଳ୍ପିତ ପାଦକ୍ଷେପର ଯୋଗୁ ଏହା ବନ୍ୟଜୀବ ସୁରକ୍ଷାରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଭାବେ ଗଣାଯାଉଛି।
ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ତବୋଦା ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଥିଲା। ଜିନ୍ନତ ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ଯାତ୍ରା କରିଥିଲା । ପଶ୍ଚିମବଙ୍ଗରେ ଏହା ପ୍ରଥମେ ଝାରଗ୍ରାମ ଜିଲ୍ଲା ଓ ପରେ ପୁରୁଲିଆରେ ପ୍ରବେଶ କରିଥିଲା। ଏହାକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଥିଲା।