ବାହାନଗା : ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ଉଚ୍ଚବିଦ୍ୟାଳୟକୁ ଭଙ୍ଗାଯାଉଛି। ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଆଜି ସକାଳେ ବିଦ୍ୟାଳୟ ଘର ଭଙ୍ଗାଯାଇଛି। ଏଠାରେ ୨୦୦ରୁ ଊର୍ଦ୍ଧ୍ବ ଶବ ରଖାଯାଇଥିଲା। ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାଙ୍କ ମଧ୍ୟରେ ଭୟ ରହିଛି। ତେଣୁ ସରକାର ଓ ଜିଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି। ଗତକାଲି ବାଲେଶ୍ବର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ବାହାନଗା ଉଚ୍ଚବିଦ୍ୟାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟଯେ, ଗତ ଶୁକ୍ରବାର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କୁର ମୃତ୍ୟୁ ଘଟିଥିଲା। ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଶବ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଜାରି ରହିଛି।