ବିଜେପିର ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ବୈଠକରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଦଳର ଟିକେଟ ଚୂଡ଼ାନ୍ତ ହୋଇପାରେ । ତେବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପରେ ଦଳ ଏଥର ଗୁରୁଦାୟିତ୍ୱ ଦେଇଛି । ବୈଜୟନ୍ତ ପଣ୍ଡାଙ୍କୁ ୧୦୧ ଲୋକସଭା ଆସନର ଦାୟିତ୍ୱ ମିଳିଛି । ଉତ୍ତର ପ୍ରଦେଶର ୮୦, ଆସାମର ୧୪ ଓ ଦିଲ୍ଲୀର ୭ ଲୋକସଭା ଆସନ ଦାୟିତ୍ୱ ବୈଜୟନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏଥର ସାଧାରଣ ନିର୍ବାଚନରେ ‘NDA ୪ଶହ ପାର’ ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କ ଦାୟିତ୍ୱରେ ସର୍ବାଧିକ ଆସନ ରହିଛି । ବିଜେପି ଦଳୀୟ ଇତିହାସରେ ଜଣେ ନେତାଙ୍କୁ ଏତେ ଆସନ ଦାୟିତ୍ୱ ମିଳିବା ପ୍ରଥମ ଘଟଣା । ଆଜି ବିଜେପିର ସିଇସି ବୈଠରେ ବିଭିନ୍ନ ରାଜ୍ୟର ନିର୍ବାଚନ ଦାୟିତ୍ୱରେ ଥିବା ଦଳୀୟ ବରିଷ୍ଠ ଅଧିକାରୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା ହେବ । ପୂର୍ବରୁ ବୈଜୟନ୍ତ ମଣିପୁର ଦାୟିତ୍ୱରେ ଥିବାବେଳେ ଦଳକୁ ଭଲ ସଫଳତା ମିଳିଥିଲା । ସେହିପରି ବୈଜୟନ୍ତ ଆସାମ ଦାୟିତ୍ୱ ନେବା ପରେ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲା ବିଜେପି ।