ଭୁବନେଶ୍ୱର: ଆସନ୍ତାକାଲି ଭାଙ୍ଗିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ଖାଲି କରିବାକୁ BDAର ନିର୍ଦ୍ଦେଶ । କାଲି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ନିର୍ଦ୍ଦେଶ । ମାଇକ୍ ଯୋଗେ ପ୍ରଚାର କରି ଖାଲି କରିବାକୁ ନିର୍ଦ୍ଦେଶ । ସରକାରୀ ଜମିରେ ବେନିୟମ ଭାବେ ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ତୁରନ୍ତ ସେ ସ୍ଥାନ ଛାଡିଯିବାକୁ ପରାମର୍ଶ ଦିଆଯାଇଛି । ନଚେତ୍ ଉଚ୍ଛେଦ ସମୟରେ କୌଣସି ଦୁର୍ଘଟଣା ଘଟିଲେ ସେଥିପାଇଁ ସରକାର ଏବଂ ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଛି ।
ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ନିର୍ମାଣ ହୋଇଛି। ଏଠାରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ସେ ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ନିକଟରେ ବାବାଙ୍କ ଗୋଟିଏ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବିବାଦର ମୂଳ କାରଣ ଥିଲା କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଥିଲା। ଏହା ଶ୍ରଦ୍ଧାଳୁଙ୍କୁ ବେଶ୍ ମାନସିକ ଆଘାତ ଦେଇଥିଲା।