ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ବିଧାନସଭାରେ ବିଧାୟକ ଭାସ୍କର ମଢେଇଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତହସିଲ,ବ୍ଲକ, ଥାନା ସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି କରି ଭୁବନେଶ୍ବର, କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବିରୋଧି କହିଲେ ଚିହ୍ନଟ ନାଁରେ ଲୋକଙ୍କୁ ହଇରାଣ କରାନଯାଉ ।ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ମସିହା ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲା ଯଥା – ବରଗଡ- ୨, ଭଦ୍ରକ-୧୯୯, କେନ୍ଦ୍ରାପଡ଼ା-୧୬୪୯, ଭୁବନେଶ୍ଵର-୧୭, ଜଗତସିଂପୁର-୧୧୧୨. ମାଲକାନଗିରି-୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବସବାସ କରୁଛନ୍ତି।