ନୂଆଁଖାଇ ପାଇଁ ସେପ୍ଟେମ୍ବର ୯ (ସୋମବାର) ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ, କାର୍ଯ୍ୟାଳୟ ଓ ମାଜିଷ୍ଟ୍ରେଟ୍ ଅଦାଲତକୁ ଛୁଟି ଘୋଷଣା କରିଥିଲେ।ସେପ୍ଟେମ୍ବର ୮ (ରବିବାର) ଦିନ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳିତ ହେଉଛି । ରବିବାର ଏହି ପର୍ବ ପାଳିତ ହେଉଥିବାରୁ ପରଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ନୂତନ ସିନ୍ଦୁର ଲାଗି ନୀତି ସମ୍ପନ୍ନ ହୋଇଛି । ଶୁକ୍ରବାର ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚ୍ଚନା ପରେ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ରହିଥିବା ୧୧୫ ଦେବଦେବୀଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା । ପୂଜକମାନେ ଏହି ନୀତି ମିଳିତ ଭାବରେ ସମ୍ପନ୍ନ କରିଥିଲେ।