୧୫ ଦିନ ହେଲା ତାତି ଲାଗିରହିଛି । ଜଣାପଡ଼ୁଛିଯେପରି ଆକାଶରୁ ନିଆଁ ବର୍ଷୁଛି । ଆଜି ସକାଳୁ ସକାଳୁ ଅସହ୍ୟ ତାତି ଅନୁଭୁତ ହେଲାଣି । ସକାଳ ୮,୩୦ ସୁଦ୍ଧା ତାପମାତ୍ରା ୩୮.୪ ଡ଼ିଗ୍ରୀ ତାପମାତ୍ରା ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଥିବା ଜଣାପଡ଼ିଛିି । ଭୁବନେଶ୍ୱର , ଝାରସୁଗୁଡ଼ା ୩୪.୬ ଡ଼ିଗ୍ରୀ . ତାଳାଚେର ୩୭.୮ ଡ଼ିଗ୍ରୀ , ବାଲେଶ୍ୱର୩୭.୬ ଡ଼ିଗ୍ରୀ, କଟକ ୩୫.୮ ଡ଼ିଗ୍ରୀ, ଭଦ୍୍ରକ ଓ ରାଉଳକେଳା ୩୫ ଡ଼ିଗ୍ରୀ, ଭବାନିପାଟଣା ୩୪.୮ ଡ଼ିଗ୍ରୀ, ଅନୁଗୁଳ ୩୪ ଡ଼ିଗ୍ରୀ , ହିରାକୁଦ ୩୪.୪ ଡ଼ିଗ୍ରୀ , ବଲାଙ୍ଗୀରରେ ୩୪ ଡ଼ିଗ୍ରୀ ତାବମାତ୍ରା ରହିଛି ବୋଲି ରେକର୍ଡ଼ କରାଯାଇଛି ।