ପ୍ରାୟ ଏକବର୍ଷର ଦାବି ଓ ଅଭିଯୋଗ ପରେ ଶେଷରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିଜର ନିଷ୍ପତ୍ତି ବଦଳାଇବା ସହିତ ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ ଲାଞ୍ଜିଗଡ଼ରୋଡ଼ରେ ଜୁନାଗଡ଼ ରୋଡ଼- ଭୁବନେଶ୍ବର ଓ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଏକ୍ସପ୍ରେସ୍ ଟ୍ରେନ ରହଣୀ କରିବାକୁ ନିର୍ଦ୍ଦେଶ ଜାରି କରିଛି । ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ୩ ତାରିଖରୁ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଓ ତାର ଦିନକ ପରେ ୪ ତାରିଖରୁ ଜୁନାଗଡ଼ରୋଡ-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ ରହଣୀ ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ରହଣୀ କରିବ ବୋଲି ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ମହାମାରୀ କରୋନା ସମୟରୁ ବନ୍ଦ ଥିବା ରହଣୀସ୍ଥଳ ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ପୁଣିଥରେ ରହଣୀ କରିବ ଭୁବନେଶ୍ବର-ଜୁନାଗଡ଼ ଓ ଜୁନାଗଡ଼ରୋଡ଼- ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ୍। ଜଣେ ନିଃସ୍ବାର୍ଥପର ସମାଜସେବୀ ଓ ଯୁବସାମ୍ବାଦିକଙ୍କ ନିରନ୍ତର ଉଦ୍ୟମ ଶେଷରେ ଫଳବତୀ ହୋଇଛି। ଏନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ରେଳ ମନ୍ତ୍ରଣାଳୟ ସମେତ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖଙ୍କୁ ଶ୍ରୀ ବାଗ ଧନ୍ୟବାଦ ଜଣାଇବା ସହିତ ଏହାର ସମସ୍ତ ଶ୍ରେୟ ଲାଞ୍ଜିଗଡ଼ରୋଡ଼ ଅଞ୍ଚଳବାସୀଙ୍କର ବୋଲି କହିଛନ୍ତି ।