ଖରାଦିନେ ଅସହ୍ୟ ଗରମ କାରଣରୁ ଶରୀର ଉପରେ ଖୁବ ପ୍ରଭାବ ପଡିଥାଏ। ନିୟମିତ ଲସି ପିଇବା ଦ୍ୱାରା ଗରମ ପ୍ରଭାବ କମ୍ କରିବାରେ ସହାୟକ ହୋଇଥାଏ। ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ, ଲସି ଏଥିପାଇଁ ଖୁବ ସହାୟକ ହୋଇଥାଏ। ଲସି ପିଇବା ଦ୍ୱାରା ଏହା ଫ୍ୟାଟ୍ କମାଇବା ସହ ଉପକାରୀ ହୋଇଥାଏ। ମାତ୍ର ଚିନି ମିଶାଇବେ ନାହିଁ। ଖରା ଓ ଗରମ ପ୍ରଭାବରେ ମସ୍ତିଷ୍କ ଅଶାନ୍ତ ସହ ଚିଡାଚିଡା ଅନୁଭବ ହୋଇଥାଏ। ଏହାସହ ଦୁଃଶ୍ଚିନ୍ତା ସମସ୍ୟା ମଧ୍ୟ ଦେଖାଦିଏ। ତେବେ ଲସି ପିଇବା ଦ୍ୱାରା ମସ୍ତିଷ୍କ ଥଣ୍ଡା ରହିବା ସହ ଶରୀରକୁ ଆବଶ୍ୟକୀୟ ଶକ୍ତି ମଧ୍ୟ ମିଳିଥାଏ। ମସ୍ତିଷ୍କ ଶାନ୍ତ ରହିଥାଏ। ଗରମ ଆରମ୍ଭ ହୋଇଗଲାଣି। ଶରୀରକୁ ଥଣ୍ଡା ପ୍ରଦାନ କାମ କରିଥାଏ ଲସି। ଏହା ବହୁତ ଟେଷ୍ଟି ହେବା ସହିତ ଗରମରେ ଏକଦମ୍ ଆରାମ୍ ଦେଇଥାଏ। ଯଦି ଆମେ ପଞ୍ଜାବୀ ଲୋକଙ୍କ କଥା କହିବା ତାହେଲେ ସେମାନଙ୍କ ଭୋଜନ ଲସି ଗ୍ଲାସ ବିନା ପୂରା ହୋଇନଥାଏ। କାର୍ବୋହାଇଡ୍ରେଟ, ସୋଡିୟମ, ପ୍ରୋଟିନ ଓ ଫାଇବରରେ ଭରପୁର ଲସି ସ୍ୱାଦିଷ୍ଟ ହେବା ସହ ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। କେବଳ ସ୍ୱାଦ ପାଇଁ ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲସି ପିଇବା ବେଶ ଲାଭଦାୟକ।
ଚିନ୍ତା ଦୂର କରେ : ଲସି
ଗରମରେ ତୁରନ୍ତ ଆରାମ ଦେବ ଡ ଲସି
Leave a comment