ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ମେ’ ପହିଲାରୁ ବନ୍ଦ ହେବ। କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଛି। ନଦୀ ନାଳରେ ଥିବା କୁମ୍ଭୀର ବସାବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ମାଆ କୁମ୍ଭୀର ଅଣ୍ଡା ଦେବା ସମୟରେ ଅଧିକ ହିଂସ୍ର ହୋଇ ଉଠିଥାଏ। ଏଥିପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ଆସିବାକୁ ବାରଣ କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ରହିବ ଭିତରକନିକା ବନ୍ଦ ରହିବ ଵୋଲି ବନବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।