ରାଜଧାନୀର ରାଜରାସ୍ତାରେ ଦୁର୍ଘଟଣାର ଭୟଙ୍କର ଚିତ୍ର। ପୁଣି ଏହି ଦୁର୍ଘଟଣାରେ ଯାହା ଦେଖିବାକୁ ମିଳୁଛି ତାହା କେଉଁ ଚଳଚିତ୍ରର ଷ୍ଟଣ୍ଟ ଠାରୁ କମ ଲାଗୁନାହିଁ। ସତେ ଯେମିତି କିଏ ଜାଣିଶୁଣି କ୍ୟାମେରା ଆଗରେ ସିନ କରୁଛି ବୋଲି ଜଣାପଡୁଛି। କିନ୍ତୁ ଏହା କେଉଁ ଫିଲ୍ମ ନୁହେଁ ସତ ସତିକା ଘଟଣା ତାହା ପୁଣି ଭୁବନେଶ୍ୱର ପଟିଆ ଏରିଆରେ ଘଟିଯାଇଛି।
ପଟିଆ ରୟାଲିଟି ଛକର ଦେଖିବାକୁ ମିଳିଛି କିଲର କାର । ଭଲ ଭାବରେ ଦେଖନ୍ତୁ ଏହି ଭିଡ଼ିଓକୁ, କାର ଟି କିଭଳି ଦୁର୍ଘଟଣା ଘଟାଇ ଫିଲ୍ମ ଷ୍ଟାଇଲରେ ସ୍କୁଟିକୁ ଦୁଇ କିଲୋମିଟରରୁ ଅଧିକ ବାଟ ଯାଏଁ ଭିଡିନେଲା । ୟୁପି ନମ୍ବର ଥିବା ଏକ ହୋଣ୍ଡା କାର ଏକ ସ୍କୁଟିକୁ ଘୋଷାଡି ନେଉଥିବାର ଭିଡିଓ ସମସ୍ତଙ୍କୁ ଚମକାଇ ଦେଇଛି । କାରଟି ୨ଜଣ ବ୍ୟକ୍ତିଙ୍କୁ ଦୁର୍ଘଟଣା ଘଟାଇବା ପରେ ସ୍ପିଡରେ ଏକ ସ୍କୁଟିକୁ ଘୋଷାଡି ନେଇଥିଲା । ବାଟରେ ଏହି କାରକୁ ଦେଖି ଲୋକମାନେ ଜୀବନ ବିକଳରେ ରାସ୍ତାରୁ ପାଖେଇ ଯାଇଥିଲେ । ସ୍କୁଟିଟିକୁ ଘୋଷାଡ଼ି ନେଇ ଯାଉଥିବା ସମୟରେ ଗାଡିରୁ ନିଆଁ ବାହାରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯେମିତି ଲାଗୁଥିଲା ବେଧଡକ ଦୁର୍ଘଟଣା କରି ଖସି ପଳାଇବାକୁ ବେଶ ଜଲଦି ରେ ଥିଲା କାର ଚାଳକ। ତେବେ ଏମିତି ଦୁର୍ଘଟଣା ଦେଖି ରାଜଧାନୀ ରାଜରାସ୍ତାରେ ନିୟମ ମାନି ଯାଉଥିବା ମଣିଷ ବି ଭୟଭିତ ହେବା ସ୍ୱାଭାବିକ।