ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଗେଟ୍ସ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିବା ପାଇଁ କୃଷି ଭବନରେ ପହଞ୍ଚିଛନ୍ତି ବିଲ ଗେଟ୍ସ । ଆଜି ସେ କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଲୁମ୍ବିନୀ ବିହାର ମା’ ମଙ୍ଗଳା ବସ୍ତିରେ ବିଲ ଗେଟ୍ସ। ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରିବା ସହ ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ବିଲ୍ ଗେଟ୍ସ।