ରାଜ୍ୟରେ ବାର୍ଡ ଫ୍ଲୁକୁ ନେଇ ବସିବ ସମୀକ୍ଷା ବୈଠକ। କେନ୍ଦ୍ରରୁ ଏକ ଟିମ୍ ଆସି ବାର୍ଡ ଫ୍ଲୁ ଅଞ୍ଚଳରେ ସମୀକ୍ଷା କରିବେ। ରାଜ୍ୟରେ ବାର୍ଡ ଫ୍ଲୁ ରୋଗର ସଂକ୍ରମଣ ଏବଂ ନିଆଯାଇଥିବା ପଦକ୍ଷେପକୁ ନେଇ ସମୀକ୍ଷା ହୋଇଛି । ବାର୍ଡ ଫ୍ଲୁ ଜନିତ ବର୍ତ୍ତମାନର ସ୍ଥିତିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କ’ଣ ସବୁ ଆଲୋଚନା ହୋଇଛି ଆସନ୍ତୁ ନଜର ପକାଇବା ।”ରାଜ୍ୟରେ କେବଳ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଏବଂ ଡେଲାଙ୍ଗ ବ୍ଲକର 4 ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁଯାୟୀ, ଏହି ରୋଗର ନିୟନ୍ତ୍ରଣ ଏବଂ ନିରାକରଣ କାର୍ଯ୍ୟକ୍ରମ ଚାଲୁଛି। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସଂକ୍ରମିତ କୁକୁଡ଼ାଗୁଡିକୁ ମରାଯାଇଥିବାବେଳେ ଡେଲାଙ୍ଗ ଏବଂ ନିମାପଡା ବ୍ଲକରେ ଏହି ପ୍ରକ୍ରିୟା ଜାରି ରହିଛି” ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।