ଆଜି ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ। ଏହି ଅବସରରେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ବିଶେଷ ଆୟୋଜନ କରାଯାଇଛି । ସଜେଇ ହୋଇଛି ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ। ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସ୍ମୃତି ଚାରଣ କରାଯାଉଛି।
ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ଦୁଇ ମହାପୁରୁଷ। କଟକ ସହରରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ନେତାଜୀ ଜନ୍ମ ଗ୍ରହଣ କରିଥିଲାବେଳେ ୧୮୦୯ ଜାନୁଆରୀ ୨୩ରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥଲେ ସୁରେନ୍ଦ୍ର ସାଏ। ଏହି ଦୁଇ ମହାପୁରୁଷ ଆଜିବି ପ୍ରତିଟି ଭାରତୀୟଙ୍କ ପ୍ରାଣରେ ଜୀବୀତ ରହିଛନ୍ତି। ‘ତୁମେ ମତେ ରକ୍ତ ଦିଅ, ମୁଁ ତମକୁ ସ୍ବାଧୀନତା ଦେବି’ ଏଭଳି ଆହ୍ବାନ ଆଜି ବି ଯୁବପିଢ଼ି ମନରେ ଉଦ୍ଦାମତା ଭରିଦିଏ। ଦେଶର ସ୍ବାଧୀନତା ପାଇଁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଯୋଗଦାନ ଅତୁଳନୀୟ।