ଭୁବନେଶ୍ୱର: ଓଡିଶାର ଲୋକପ୍ରିୟ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେଉଛି । ୨୦୧୯ ମେ’ ୨୯ ତାରିଖରେ ଓଡିଶାର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଆଜି ଏହି ମୁଖ୍ୟମନ୍ତ୍ରୀଙ୍କ ସେହି ଶପଥକୁ ୪ ବର୍ଷ ପୂରଣ ହୋଇଛି । ୪ ବର୍ଷ ମଧ୍ୟରେ ରାଜ୍ୟର ଅନେକ ସମସ୍ୟାକୁ ସମାଧାନର ରାସ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ । ବିଶେଷ କରି ଓଡିଶାର ମହିଳାମାନଙ୍କୁ ଏକ ନୂଆ ଶକ୍ତି ରୂପରେ ଗଢି ତୋଳିବା ସହିତ ୫-ଟି କାର୍ଯ୍ୟକ୍ରମ ଶିକ୍ଷା ବିଭାଗକୁ ନୂତନ ଦିଗଦର୍ଶନ ଦେଇଛି ।ଗତ ୪ବର୍ଷରେ ବିଜେଡି ସରକାର ଅଧିକାଂଶ ପ୍ରତିଶ୍ରୁତି ପାଳନ କରିଥିବା ବେଳେ ବାକି ଥିବା ସମସ୍ତ ପ୍ରତିଶ୍ରୁତି ଯେପରି ଖୁବ୍ ଶୀଘ୍ର ପାଳନ ହେବ ସେନେଇ େସାମବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥର ନିର୍ବାଚନୀ ବର୍ଷ ଥିବାରୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।