ଆଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଠାରେ ଆୟୋଜିତ ଜନସଭାକୁ ଜୟ ଜଗନ୍ନାଥ କହି ସମ୍ବୋର୍ଦ୍ଧିତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ସାଢେ୪କୋଟି ଓଡ଼ିଆ ମୋ ପରିବାର । ମୋ ଜୀବନ ଥିଲା ଯାଏଁ ଆପଣ ମାନଙ୍କ ପାଇଁ ଲଢିବି । ହିଞ୍ଜିଳିରୁ ପ୍ରଚାର କରି ମୁଁ ଭାରି ଖୁସି । ଆପଣମାନେ ସବୁବେଳେ ମୋ ସହିତ ଅଛନ୍ତି ଓ ଆପଣମାନେ ମୋତେ ସେବା କରିବାକୁ ସୁଯୋଗ ଦେଇଛନ୍ତି । ସେଥିପାଇଁ ମୁଁ ସାଢେ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ କାମ କରୁଛି । ହିଞ୍ଜିଳିରୁ ହିଁ ଆରମ୍ଭ ହୋଇଥିଲା ଆମ ହସ୍ପିଟାଲ ଯୋଜନା । ମା’ ତାରାତାରିଣୀରୁ ଆରମ୍ଭ ହୋଇଥିଲା ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ । ବିଶାଳ ଜନସଭାକୁ ସମ୍ବୋର୍ଦ୍ଧିତ କରି ନବୀନ କହିଥିଲେ ଯେ ବିଏସ୍କେୱାଇ ଯୋଜନା ଦେଶରେ ପ୍ରଥମ । ସଂପୂର୍ଣ୍ଣ ମାଗଣାରେ ସମସ୍ତଙ୍କୁ ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ହିଞ୍ଜିଳି ଓ ସେରଗଡ ଆଜି ବିକାଶର ନୂଆ ମଡେଲ ସାଜିଛି ବୋଲି କହିଛନ୍ତି ନବୀନ । ନବୀନ ଆଜି ହିଞ୍ଜିଳିରେ ପହଞ୍ଚିବା ପରେ ନବୀନ ନବୀନ ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ବୋଲି ଧ୍ୱନୀରେ ତାଙ୍କୁ ସ୍ୱାଗତ କରିଥିଲେ ଲକ୍ଷାଧିକ ଜନତା । ସଭାସ୍ଥଳ ହୋଇଥିଲା ପ୍ରକମ୍ପିତ । ନବୀନ ଆଜି ଠାରୁ ପ୍ରଥମ ନିର୍ବାଚନ ବିଗୁଲ ବଜାଇଛନ୍ତି ।