ବିଜେପି ପକ୍ଷରୁ ଏହା ମଧ୍ୟରେ ୪୧୭ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସେଥିରେ ୬୮ ଜଣ ବିଜେପି ୨୦୦୯ରେ ୪୫, ୨୦୧୪ରେ ୩୮, ଏବଂ ୨୦୧୯ରେ ୫୫ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ବଂଶବାଦୀ ରାଜନିତି ବିରୋଧ ରେ ଏବଂ ନାରି ଶକ୍ତିର ଜାଗରଣ ଉପରେ ପ୍ରଧାନ ମନ୍ତ୍ରୀ ଏବଂ ବଜେପିର ଅନ୍ୟ ନେତା ଗୁରୁତ୍ୱ ଦେଉଛନ୍ତି ଏବଂ ପ୍ରତିବଦ୍ଧତାର କଥା କହୁଛନ୍ତି । ମହିଳାଙ୍କୁ ଅଧିକ ପ୍ରାର୍ଥି କରିବା ପାଇଁ ଦଳ ପକ୍ଷରୁ ଏହା ମଧ୍ୟରେ ସଂସଦରେ ମହିଳା ବିଲ ଆସନ ଆଗତ ହୋଇ ରାଷ୍ଟ୍ରପତିଙ୍କ ଅନୁମତି ମିଳିସାରିଛି । କିନ୍ତୁ ଏହା ସତ୍ୱେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମହିଳା ପ୍ରାର୍ଥୀଙ୍କ ଟିକେଟ ଦବା ପ୍ରସଙ୍ଗରେ ବିତର୍କଲେ ଯାହା ପଡ଼ିଛି ମାତ୍ର ୧୬ ପ୍ରତିଶତ ମହିଳାଙ୍କୁ ବିଜେପି ଲୋକସଭା ଆସନ ପାଇଁ ପ୍ରାର୍ଥି କରିଛି । ପ୍ରାର୍ଥ ଘୋଷଣା କରାଯାଇଥିବା ୬୮ ଜଣ ମହିଳାଙ୍କ ମଧ୍ୟରୁ ୪୦ ମହିଳା ପ୍ରାର୍ଥି ରାଜନିତିକ ସମ୍ପର୍କ ଥିବା ପରିବାରରୁ ଆସିଛନ୍ତି । ବିଜେପି ୪୧୭ ସଂସଦୀୟ କ୍ଷେତ୍ର ପାଇଁ ତାଲିକା ଘୋଷଣା କରିଛି । ସେଥିରେ ୬୮ (୧୬ ପ୍ରତିଶତ ରୁ କିଛି ଅଧିକ) ମହିଳା ପ୍ରାର୍ଥି ଅଛନ୍ତି । ଏହି ତାଲିକାରେ ଅରନିତ କୌର, ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଙ୍କ ପତ୍ନି ବାଂଶୁରୀ ସ୍ୱରାଜ ସ୍ୱର୍ଗତା ସୁଷମା ସ୍ୱରାଜଙ୍କ କନ୍ୟା । ସୀତା ସୋରେନ ଶିବୁ ସୋରେନଙ୍କ ବୋହୁ । ଗୀତା କୁହୁଡ଼ା ମଧୁ କୁହୁଡ଼ାଙ୍କ ପତ୍ନି । ଜ୍ୟୋତି ମିର୍ଧା ପୂର୍ବତନ ସାଂସଦ ନାଥୁରାମ ମିରଧାଙ୍କ ନାତୁଣୀ । ଗାୟତ୍ରୀ ସିଧେଶ୍ୱରା ପୂର୍ବ କେନ୍ଦ୍ର ମନ୍ତ୍ରୀ ଜିଏମ ସିଦ୍ଧେଶ୍ୱରୀା ଙ୍କ ପତ୍ନି । ମାଳବିକା ଦେବି କଳାହାଣ୍ଡିର ପୁର୍ବତନ ସାଂସଦ ଅର୍କ କେଶର ଦେଓଙ୍କ ପତ୍ନିଙ୍କ ନାମ ରହିଛି ।