ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେନେଇ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହା ମଧ୍ୟରେ ଆଜି ବିଜେପି ଲୋକସଭା ନିର୍ବାଚନ ପାଇଁ ତା’ର ‘ସଂକଳ୍ପ ପତ୍ର’ ଜାରି କରିଛି । ଏହି ‘ସଂକଳ୍ପ ପତ୍ର’ରେ ବିଜେପି ୧୪ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛି । ଏହି ଘୋଷଣାପତ୍ରରେ ଦଳ କୃଷକ, ମହିଳାଙ୍କ ଉପରେ ଫୋକସ୍ କରିଛି ।