ଭଙ୍ଗାଚାଲିଛି ବିଜେଡି ନେତା ବବି ଦାସଙ୍କ ଘର । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗାଚାଲିଥିବା ଦେଖିବାକୁ ମିଳିଛି । ତେବେ ଏହି ଆଲିଶାନ ବଙ୍ଗଳାକୁ କାହିଁକି ଭଙ୍ଗାହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାଯିବା ଖବର ସାମ୍ନାକୁ ଆସିଛି । ବବିଙ୍କ ଘରେ ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ସେଗୁଡିକୁ ବର୍ତ୍ତମାନ ଭଙ୍ଗାଯାଉଛି । ସୂଚନାନୁଯାୟୀ, ବିଜେଡି ନେତା ବବି ଦାସଙ୍କର ଭୁବନେଶ୍ୱରରେ ଥିବା ସରକାରୀ କ୍ୱାର୍ଟର୍ସରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାମକୁ ଭଙ୍ଗା ଯାଉଛି । ତେବେ ଏହା କିଏ ଭାଙ୍ଗୁଛି ଏବଂ କାହିଁକି ଭାଙ୍ଗୁଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।