ଓଡ଼ିଶାରେ ବନ୍ଦ ହୋଇଯିବ BSKY ଯୋଜନା । ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ । ଅର୍ଥାତ ଓଡ଼ିଶାବାସୀ ଆଉ BSKY ଯୋଜନାର ଲାଭ ଉଠାଇପାରିବେ ନାହିଁ । ଏଣିକି ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ବଡ଼ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନେମାହନ ସାମଲ । ରାଜ୍ୟରେ ବିଜେଡି ସରକାରର ପରାଜୟ ପରେ ଚିନ୍ତାରେ ପଡିଯାଇଛନ୍ତି ବିଏସକେୱାଇ କାର୍ଡଧାରୀ । କାରଣ ଏହି କାର୍ଡଧାରୀ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଛନ୍ତି କିଛି ଘରୋଇ ହସ୍ପିଟାଲ । ଫଳରେ ରୋଗୀ ଘରୋଇ ହସ୍ପିଟାଲ ଯାଉଛନ୍ତି କିମ୍ବା ଚିକିତ୍ସା ନ ପାଇ ନିରାଶ ହୋଇ ଘରକୁ ଫେରୁଛନ୍ତି ।ଚଳିତ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଏସକେୱାଇ କାର୍ଡରେ ଚିକିତ୍ସା ଟଙ୍କା ମିଳିବ କି ନା ସେ ନେଇ ସମସ୍ତେ ସନ୍ଦେହରେ ପଡିଯାଇଛନ୍ତି । ରାଜ୍ୟରେ ବିଜେଡି ସରକାର ଆର୍ଥିକ ଦୂର୍ବଳ ପରିବାରକୁ ଆକସ୍ମିକ ସ୍ୱାସ୍ଥ୍ୟଜନିତ ଖର୍ଚ୍ଚ ଲାଗି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ କରିଥିଲେ । ବାର୍ଷିକ ୩ ଲକ୍ଷ ଟଙ୍କା ଆୟକାରୀ ପରିବାରରେ ମଧ୍ୟ କିଡନୀ, ହୃଦରୋଗ ଓ କର୍କଟ ରୋଗର ଚିକିତ୍ସା ଲାଗି ମଧ୍ୟ ଏହି ସହାୟତା ଯୋଗାଇ ଦିଆଯାଉଥିଲା । କିନ୍ତୁ ରାଜ୍ୟରେ ବିଜେଡି ସରକାରର ପତନ ପରେ ଏହି କାର୍ଡରେ ପଇସା ଆସିବାକୁ ନେଇ ଅନିଶ୍ଚୟତା ସୃଷ୍ଟି ହୋଇଥିବାରୁ କିଛି ଡାକ୍ତରଖାନା ରୋଗୀଙ୍କୁ ଫେରାଇ ଦେଉଥିବା ଜଣାଯାଇଛି ।