ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି। ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧନ କରିଛନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ ସଂସଦୀୟ ଅଧିବେଶନ ହେବ। ଫେବ୍ରୁଆରି ୧ (ଗୁରୁବାର) ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ଅଧିବେଶନ ଫେବ୍ରୁଆରି ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କ କାଳଜୟୀ କବିତା ‘ମିଶୁ ମୋର ଦେହ ଏଦେଶ ମାଟିରେ’ କବିତାକୁ ମନେ ପକାଇଛନ୍ତି।ଚଳିତ ଅଧିବେଶନରେ କାର୍ଯ୍ୟଦିବସ ସଂଖ୍ୟା ଖୁବ୍ କମ୍ ରହିଥିବାରୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରାଥମିକତା ଭିତ୍ତିରେ ଜରୁରୀ ବିଲ୍ଗୁଡ଼ିକ ଆଗତ କରାଯିବା ସମ୍ଭାବନା ରହିଛି। ଅନ୍ୟପକ୍ଷେ, ଏଥର ମଧ୍ୟ ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍ କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ନଥିବା ଜଣାପଡ଼ିଛି। ବିଜେଡି ଏହି ବିଲ୍କୁ ଆଗତ କରିବା ପାଇଁ ଦାବି ଚଳିତ ଅଧିବେଶନରେ କରିବ।