ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ମୃତ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ’ରେ ଟ୍ରକ-ବସ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଭୟଙ୍କର ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ରେ ଯାତ୍ରା କରୁଥିବା ଲୋକମାନେ ମୁଣ୍ଡନ ସାରି ମଥୁରାରୁ ଫେରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା ।
ଲକ୍ଷ୍ନୌର ସନ୍ଦୀପ ନିଜ ୪ ବର୍ଷୀୟ ପୁଅର ମୁଣ୍ଡନ ନିମନ୍ତେ ବନ୍ଧୁବାନ୍ଧବଙ୍କୁ ଧରି ଏକ ବସ୍ରେ ମଥୁରା ଯାଇଥିଲେ। ବସ୍ରେ ପ୍ରାୟ ୨୦ ଜଣ ଥିଲେ। ମଥୁରାରୁ ଫେରୁଥିବା ବେଳେ ବସ୍ଟି ଫିରୋଜାବାଦ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଡମ୍ଫରରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ସନ୍ଦୀପଙ୍କ ପତ୍ନୀ ବଡ଼ ପୁଅ, ଝିଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ଯାତ୍ରୀ ଗୁଜୁରାଟର ଦାଦ୍ରା ନାଗର ହାଭେଲିର ବାସିନ୍ଦା ବୋଲି ଜଣାପଡିଛି। ଖବର ପାଇ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ତଦନ୍ତ ଜାରି ରହିଛି ।