ଆଜି ପଶ୍ଚିମବଙ୍ଗର ମମତା ସରକାରଙ୍କୁ କଲିକତା ହାଇକୋର୍ଟ ଏକ ବଡ ଝଟକା ଦେଇଛନ୍ତି। ୨୦୧୧ ମସିହାରୁ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ OBC ପ୍ରମାଣପତ୍ରକୁ ରଦ୍ଦ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଚାକିରି ଆବେଦନଗୁଡ଼ିକରେ ମଧ୍ୟ OBC ସାର୍ଟିଫିକେଟ୍ ଗ୍ରହଣ କରାଯିବ ନାହିଁ।ଏକ ଆବେଦନ ଉପରେ ଶୁଣାଣି ବେଳେ କଲିକତା ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ୨୦୧୧ ମସିହାରୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ର ରଦ୍ଦ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।