ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ପାଇଁ ସରକଙ୍କ ପକ୍ଷରୁ ମହଙ୍ଗା ଭତ୍ତା (ଡିଏ)ର ଘୋଷଣା ମାର୍ଚ୍ଚରେ କରାଯାଇଥିଲା । ମାର୍ଚ୍ଚ ୨୦୨୩ ରେ ସରକାର ଏହାର ଘୋଷଣା କରିଥିଲେ । ଛଅ ମାସ ପରେ ପରବର୍ତ୍ତୀ ମହଙ୍ଗା ଭତ୍ତା ଘୋଷଣା କରାଯାଏ । ପ୍ରତି ଛଅ ମାସ ଆଧାରରେ ଏଥର ସରକାର ଜୁଲାଇ ମାସ ପାଇଁ ମହଙ୍ଗା ଭତ୍ତା ଘୋଷଣା କରିବେ ।ତେବେ ଏଆଇସିପିଆଇ ସୂଚକାଙ୍କ ଆଧାରରେ ସେପ୍ଟେମ୍ବରରେ ଜୁଲାଇର ଡିଏ ଘୋଷଣା ହେବାର ସମ୍ଭାବନା ରହିଛି । ଅବଶ୍ୟ ଏ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇଛି । ୧ ଜୁଲାଇ ୨୦୨୩ ଠାରୁ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ ହାଇକେ) ବୃଦ୍ଧି କେତେ ହେବ, ଏହାର ଆକଳନ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ ।