ଗହମ ଓ ଅଟାର ବଢୁଥିବା ଦରକୁ ନେଇ କେନ୍ଦ୍ର ସରକାର ଆକ୍ସନମୋଡକୁ ଆସିଛନ୍ତି । ମୋଦୀ ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗହମର ଷ୍ଟକ୍ ସୀମା ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି। ଦେଶରେ ଖାଦ୍ୟ ନିରାପତ୍ତାକୁ ନିୟନ୍ତ୍ରଣ କରିବା ଏବଂ ମହଜୁଦ/ଗୁଜବକୁ ରୋକିବା ପାଇଁ ସରକାର ବ୍ୟବସାୟୀ, ହୋଲସେଲର, ଖୁଚୁରା ବ୍ୟବସାୟୀ, ବଡ଼ ଚେନ୍ ରିଟେଲର ଏବଂ ପ୍ରୋସେସରଙ୍କ ଉପରେ ଏହି ଷ୍ଟକ୍ ସୀମା ଲାଗୁ କରିଛନ୍ତି।ଗହମର ଷ୍ଟକ୍ ସୀମା ନିର୍ଦ୍ଧାରଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଖାଉଟି ବ୍ୟାପାର ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ କହିଛି ଯେ ଦେଶରେ ଖାଦ୍ୟ ନିରାପତ୍ତା ତଥା ଗହମ ମହଜୁଦ କୁ ରୋକିବା ଏବଂ ଭୁଲ ଉଦ୍ଦେଶ୍ୟରେ କରାଯାଉଥିବା କଳ୍ପନାଜଳ୍ପନାକୁ ରୋକିବା ପାଇଁ ସରକାର ଗହମ ଉପରେ ଷ୍ଟକ୍ ସୀମା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।