ଲୋକସଭା ନିର୍ବାଚନ ୨୦୨୪ ର ଫଳାଫଳ ଆସି ଯାଇଛି । ବିଜେପି ଏହି ନିର୍ବାଚନ ରେ ସବୁଠୁ ବଡ଼ ପାର୍ଟି ଭାବେ ନିଜକୁ ପ୍ରମାଣିତ କରିଛି । ସେହିପରି ଏନଡ଼ିଏ ବଡ଼ ମେଣ୍ଟ ଭାବେ ଠିଆ ହୋଇଛି । କିନ୍ତୁ ବିଜେପି ଓ ଏନଡ଼ିଏ ର ଦାବି ଅନୁସାରେ ସିଟ୍ ମିଳିପାରିନାହିଁ । ବିଜେପି କୁ ୨୪୦ ଆସନ ମିଳିଛି ଯାହା ପୁର୍ଣ୍ଣ ସଂଖ୍ୟାା ଗରିଷ୍ଠ ତାରୁ କମ । କିନ୍ତୁ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ମେଣ୍ଟକୁ ୨୯୨ ଆସନ ମିଳିଛି । ଯାହା ପୁର୍ଣ୍ଣ ସଂଖ୍ୟାା ଗରିଷ୍ଠତାରୁ ଅଧିକ । ଏପରି ସ୍ଥିତି ରେ ପିଏମ ନରେନ୍ଦ୍ର ମୋଦି ୩ୟ ଥର କେନ୍ଦ୍ର ରେ ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥର କିନ୍ତୁ ବିଜେପି କୁ ନିଜର ସହଯୋଗୀ ଦଳ ଉପରେ ନିର୍ଭର କରିବାକୁ ପଡ଼ିବ । ଏହି ସଯଯୋଗୀ ଦଳ ଭିତରୁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧିନ ଟିଡ଼ିପି ଅଛି । ଟିଡ଼ିପି କୁ ଆନ୍ଧ୍ରପଦେଶ ରେ ୧୬ ଟି ଆସନ ମିଳିଛି । ଜାତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ଯେ ଚନ୍ଦ୍ରବାବୁ ନାଇଡ଼ୁ ଓ ନିତୀଶ କୁମାରଙ୍କୁ ବିଚାରଳୟ କୁ ଆଣି ଇଣ୍ଡିଆ ମେଣ୍ଟ ସରକାର ଗଢିବ । ଏହି ଚର୍ଚ୍ଚା କିନ୍ତୁ ଗ୍ରହଣ କରିନାହାନ୍ତି ଚନ୍ଦ୍ରବାବୁ ନାଇଡ଼ୁ । ଆଜି ଦିଲ୍ଲି ରେ ଏନଡ଼ିଏ ର ମିଟିଂ । ଏହି ବୈଠକରେ ଏନଡ଼ିଏ ର ସମସ୍ତ ଦଳ ଭାଗ ନେବେ । ମିଟିଂ ରେ ଯୋଗ ଦେବା ପୂର୍ବରୁ ଚନ୍ଦ୍ରବାବୁ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ଅନୁଭବୀ । ମୁଁ ଦେଶ ର କେତେକ ରାଜନୈତିକ ପରିବର୍ତ୍ତନ କୁ ଦେଖିିଛି । ଆମେ ଏନଡ଼ିଏ ରେ ଅଛୁ ଆଉ ରହିବୁ ।