ଛତିଶଗଡ଼ ଦନ୍ତେୱାଡାରେ ବଡ଼ଧରଣର ନକ୍ସଲ ଆକ୍ରମଣ । ଗତ ୨୦ ତରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସେହି ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ପ୍ରାଣ ହରାଇଥିଲେ । ତେବେ ୫ ଯବାନଙ୍କ ମୃତ୍ୟୁର ଦୁଃଖ ଦେଶବାସୀଙ୍କ ମନରୁ ନ ଲିଭୁଣୁ ଆଜି ପୁଣି ଆସିଛି ଏକ ବଡ଼ ଦୁଃଖ ଖବର । ଆଜି ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି ।
ସୂଚନା ମୁତାବକ, ଆଜି ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲମାନେ ଏକ ବଡ଼ ଧରଣର ହମଲା କରିଥିଲେ । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ନକ୍ସଲମାନେ ଅପ୍ରତ୍ୟାଶିତ ବିସ୍ଫୋରକ ସାମଗ୍ରୀ (ଆଇଇଡି) ମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ୧୧ ଜଣ ଯବାନ ମୃତ୍ୟୁବରଣ କରିଥିଲେ । ତେବେ ଏହି ଘଟଣା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରତିକ୍ରିୟା ରଖିଛନ୍ତି । ନକ୍ସଲଙ୍କୁ ଛଡ଼ାଯିବନି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
इस प्रकार की जानकारी है और यह दुखद है। जो जवान शहीद हुए हैं उनके परिवार के प्रति संवेदना व्यक्त करता हूं। यह लड़ाई अंतिम दौर में चल रही है और नक्सलियों को किसी कीमत पर छोड़ा नहीं जाएगा। हम योजनाबद्ध तरीके से नक्सलवाद को खत्म करेंगे: छत्तीसगढ़ के मुख्यमंत्री भूपेश बघेल, रायपुर https://t.co/gyhF0D2Rfk pic.twitter.com/w6M5wcvcmc
— ANI_HindiNews (@AHindinews) April 26, 2023