ଭୁବନେଶ୍ୱର: ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ତାଙ୍କ କାର୍ଯ୍ୟକାଳକୁ ଆଉ ବର୍ଷେ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର । ଫଳରେ ୨୦୨୬ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଆସନ୍ତା ଡିସେମ୍ବର ୩୧ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିଲା।
ବିଜେପି ସରକାର ଗଠନ ପରେ ଜୁନ ୩୦ରେ ସରିଥିଲା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଉ ସେତେବେଳେ ଡେପୁଟେସନରୁ ଆସି ମୁଖ୍ୟ ସଚିବ ପଦରେ ବସିଥିଲେ ମନୋଜ ଆହୁଜା। ଏହାପରେ ଜୁଲାଇ ୧ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ମନୋଜ ଆହୁଜା ।
ଜାନୁଆରୀ ମାସରେ ରାଜ୍ୟରେ ରହିଛି ଦୁଇ ବଡ଼ ଇଭେଣ୍ଟ । ଜାନୁଆରୀ ୮ରୁ ୧୦ ଯାଏ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଓ ୨୮-୨୯ତାରିଖରେ ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ । ଏହାର ଆୟୋଜନ ଠାରୁ ପରିଚାଳନାରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।