ଲ୍ଳା ସ୍ତରୀୟ ବାଲ୍ୟ ବିବାହ ନିରୋଦ ଟାସ୍କ ଫୋର୍ସ ବୈଠକ ଜିଲ୍ଳା ପାଳ ଙ୍କ ଅଧ୍ୟକ୍ଷା ତା ରେ ଅନୁଷ୍ଟିତ ହୋଇଥିଲା l ଶିଶୁ ହସିଲେ ଦୁନିଆ ହସେ।ଶିଶୁ ମାନେ ଆଗାମୀ କାଲିର ଭବିଷ୍ୟତ ଓ କର୍ଣ୍ଣଧାର। ଶିଶୁ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଓ ଚାରିତ୍ରିକ ଗଠନର ଉତ୍ଥାନ ହେଲେ ସେମାନେ ସମାଜରେ ମଣିଷ ପରି ମଣିଷ ତିଆରି ହୋଇ ରାଷ୍ଟ୍ରର ହିତ ସାଧନରେ ନିଜକୁ ନିୟୋଜିତ କରିପାରିବେ। ସେହିପରି ବାଲ୍ୟ ବିବାହ ସମାଜର ଏକ କଳୁଷିତ ପ୍ରଥା ବା ମାନସିକତା ଅଟେ।ଶିଶୁ ମାନଙ୍କୁ ଏ ସମସ୍ତ ସମସ୍ୟାରୁ ମୁକ୍ତ କରି ସେମାନଙ୍କୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଚେତନତା କରିବା ସମାଜର ପ୍ରତ୍ୟେକ ସ୍ତରୀୟ ନାଗରିକ, ସରକାରୀ କର୍ମଚାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟତ୍ରୀ, ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ମହିଳା ଓ ଶିଶୁ ବିକାଶ କର୍ମଚାରୀ ସମସ୍ତେ ସାମଗ୍ରିକ ଭାବେ ଉଦ୍ୟମ ଜାରି ରଖିଲେ ଯାଜପୁର ଜିଲାରେ ଶୁନ୍ୟ ବାଲ୍ୟ ବିବାହ ବଜାୟ ରଖିବାକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ ବୈଠକ ଏବଂ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଉପୋରକ୍ତ ବିଷୟ ପ୍ରକାଶ କରିଛନ୍ତି। ଏହି ଅବସରରେ ପୂର୍ବତନ ସରପଞ୍ଚ,ଗୋବରଘାଟି ତଥା ସମାଜ ସେବୀ,ସୁକିନ୍ଦା ବ୍ଲକ ଶ୍ରୀମତୀ ସ୍ୱର୍ଣଲତା ବନର, ଆଦ ଭିକ ଚାମ୍ପିଅନ କୁମାରୀ ସୁପ୍ରଭା ନନ୍ଦ, ଆଦ ଭିକ ଚାମ୍ପିଅନ କୁମାରୀ ଲିପା ରାଣୀ ପଲାଇ, କିଶୋରୀ ଚାମ୍ପିଅନ କୁମାରୀ ଜ୍ୟୋତି ଦାସ,କିଶୋରୀ ଚାମ୍ପିଅନ କୁମାରୀ ସ୍ୱାଗତିକା ସାହୁ ଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ଜିଲ୍ଲାପାଳ ପୂର୍ସକୃତ କରିଥିଲେ।