ଏଣିକି ସିଗାରେଟ୍ ଉପରେ ଲାଗିପାରେ ବ୍ୟାନ୍। ଏନେଇ ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଥିବା ବେଳେ ଆସିବାକୁ ଯାଉଛି ନୂଆ ନିୟମ। ଏହି ନିୟମ ବ୍ରିଟେନ୍ରେ ଲାଗୁ ହେବାକୁ ଯାଉଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏପରି କଟକଣା ଲାଗୁ କରିବା ନେଇ ବିଚାର କରୁଛନ୍ତି। ଏହି ନିୟମ ଲାଗୁ ହେବା ପରେ ଇଂଲଣ୍ଡର ଆଗାମୀ ପିଢି ଆଉ ସିଗାରେଟ୍ କିଣି ପାରିବେ ନାହିଁ କି ଏହାର ସେବନ କରି ପାରିବେ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ସୂଚନା ସଂଗ୍ରହ କରାଯାଇ ‘ଦି ଗାର୍ଡିଆନ୍’ ରିପୋର୍ଟ ପ୍ରକାଶ କରିଛି।ଯେଉଁଥିରେ ୧ ଜାନୁଆରୀ ୨୦୦୯ରେ କିମ୍ବା ଏହା ପରେ ଜନ୍ମିତ କୌଣସି ବ୍ୟକ୍ତି ଧୂମ୍ରପାନ କିଣିବା ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇପାରିବ।
ବ୍ରିଟିଶ ସରକାରଙ୍କ ଜଣେ ମୁଖପାତ୍ର ପ୍ରତିକ୍ରିୟାରେ କହିଛନ୍ତି, ‘ଆମେ ଅଧିକ ଲୋକଙ୍କୁ ଧୂମ୍ରପାନ ତ୍ୟାଗ କରିବା ଏବଂ ୨୦୩୦ ସୁଦ୍ଧା ଧୂମ୍ରପାନ ନିଷେଧ ପାଇଁ ରଖାଯାଇଥିବା ଲକ୍ଷ୍ୟ ହାସଲ କରିବା ଆମ ଉଦ୍ଦେଶ୍ୟ’। ଏଥିପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପଦକ୍ଷେପ ମଧ୍ୟରେ ଭେପ୍ କିଟ୍ (ଇ-ସିଗାରେଟ୍),ଗର୍ଭବତୀ ମହିଳାଙ୍କୁ ଧୂମ୍ରପାନ ଛାଡିବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ‘ଭାଉଚର୍ ସ୍କିମ୍ ଏବଂ ସିଗାରେଟ୍ ପ୍ୟାକେଟ୍ରେ ଧୂମ୍ରପାନ ଛାଡିବା ପାଇଁ ପରାମର୍ଶ ଛପାଯିବା ଆଦି ରହିଛି। ଆସନ୍ତା ବର୍ଷ ବ୍ରିଟେନରେ ହେବାକୁ ଥିବା ନିର୍ବାଚନ ପ୍ରତି ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ସୁନକ ଓ ଟିମ୍ ଏହି ପଦକ୍ଷେପ ପାଇଁ ଯୋଜନା କରୁଛନ୍ତି ବୋଲି ସୂଚନା ମିଳିଛି