ବରଗଡ଼: ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି । ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ୍ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧାନ କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କାର ଏମଏସପି ସହ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି। ଯେଉଁ ଚାଷୀମାନେ ଡିସେମ୍ବର ୬ ତାରିଖ ସୁଦ୍ଧା ଧାନ ବିକ୍ରି କରିଛନ୍ତି, ସେମାନଙ୍କୁ ଏହି ଟଙ୍କା ମିଳିଛି । ବରଗଡ଼ ଜିଲ୍ଲା ସୋହେଲାରେ ଆୟୋଜିତ ଚାଷୀ ସମାବେଶରେ ଇନ୍ପୁଟ୍ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସମାବେଶରେ ଇନ୍ପୁଟ୍ ସବ୍ସିଡି ବଣ୍ଟାଯାଇଛି ।
୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବଡ଼ ଘୋଷଣା କରିଥିଲା । ଓଡ଼ିଶାରେ କ୍ଷମତାକୁ ଆସିଲେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ଦଳ । ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ପୂରଣ କରିଛି ମୋହନ ସରାକର। ଏକ କ୍ୱିଣ୍ଟାଲ ଧାନ ବାବଦରେ ଚାଷୀ ୨୩୦୦ ଟଙ୍କା ପାଉଥିବାବେଳେ ଏଥିରେ ୮ ଶହ ଟଙ୍କା ଯୋଡ଼ି ଇନପୁଟ ସବ୍ସିଡି ଚାଷୀଙ୍କୁ ପ୍ରଦାନ କରାଯାଇଛି। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପୈଠ କରାଯାଇଛି।