ବାଲିଆପାଳ ବ୍ଲକ ବାଲିକୁଟି ପଞ୍ଚାୟତ ଛଡା କ୍ଷେମ ରାଧାଶ୍ୟାମ ଉଚ୍ଚ ବିଦ୍ୟଳୟରେ ସ୍ୱାଧୀନତା ଦିବସ ପାଇଁ ଛାତ୍ର ଛାତ୍ରୀଙ୍କ ଠାରୁ ବେଆଇନ ଭାବେ ୧୦ ଟଙ୍କା ଚାନ୍ଦା ଆଦାୟ କରାଯାଇଛି। ଏନେଇ ଛାତ୍ର ଅଭିଭାବକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟକୁ ସର୍ବ ଶିକ୍ଷା ଅଭିଯାନ ଓ ଅନ୍ୟାନ ଫଣ୍ଡରୁ ପ୍ରତି ବର୍ଷ ଟଙ୍କା ଆସୁଥିବା ବେଳେ ଏହି ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କା ଖର୍ଚ୍ଚ ନ କରି ଆତ୍ମସାତ ହୋଇଥିବା ଗ୍ରାମବାସୀ ଅଭିଭାବକ ଅଭିଯୋଗ କରିଛନ୍ତି।ଗରିବ ଶ୍ରେଣୀର ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ ଚାନ୍ଦା ଦେଇ ନ ପାରି ହଟ ହଟା ହେଉଛନ୍ତି।ଏ ବାବଦରେ ସ୍କୁଲର ପ୍ରଧାନ ଶିକ୍ଷକ ରାଖାଲ ଚନ୍ଦ୍ର ଜେନାଙ୍କୁ ପଚାରିବାରୁ ସ୍କୁଲର କିଛି ଫଣ୍ଡ ନାହିଁ । ଏମିତିକି ଚକ ଖଣ୍ଡେ କିଣିବା ପାଇଁ ଟଙ୍କା ନାହିଁ। ସେଥି ପାଇଁ ଆମେ ଚାନ୍ଦା କରିଛୁ। ପଞ୍ଚମୀ ପୂଜା ଓ ଗଣେଶ ପୂଜା ଏପରିକି କ୍ଲାସ ପରୀକ୍ଷା ପାଇଁ ମଧ୍ୟ ଚାନ୍ଦା ଆଦାୟ କରିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି। ଏ ନେଇ ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନାଙ୍କ ଦୃଷ୍ଟି ଆକର୍ଷଣ କରା ଯିବାରୁ ଦେଖିବେ ବୋଲି କହିଛନ୍ତି।