ଶନିବାର ସନ୍ଧ୍ୟାରେ କଂଗ୍ରେସ ଓଡ଼ିଶାର ୯ଟି ଲୋକସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ । ଛାତ୍ର କଂଗ୍ରେସ ସଭାପତି ୟାଶିର୍ ନୱାଜଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ । ସେହିପରି ବାଲେଶ୍ୱର ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ନେତା ଶ୍ରୀକାନ୍ତ କୁମାର ଜେନା , ଯାଜପୁର ଆସନରୁ ପୂର୍ବତନ ସାଂସଦ ଅଞ୍ଚଳ ଦାସ, ଭଦ୍ରକ ଆସନ ପାଇଁ ଅନନ୍ତ ପ୍ରସାଦ ସେଠୀ, ଢେଙ୍କାନାଳ ଆସନ ପାଇଁ ସସ୍ମିତା ବେହେରା, କେନ୍ଦ୍ରାପଡା ପାଇଁ ସିର୍ଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁର ପାଇଁ ରବିନ୍ଦ୍ର କୁମାର ସେଠୀ , ପୁରୀ ଲୋକସଭା ଆସନ ପାଇଁ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୂର୍ବରୁ ଓଡ଼ିଶାର ୮ଟି ଲୋକସଭାର ଆସନ ପାଇଁ ୩୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲା କଂଗ୍ରେସ ।ନଅ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ।