କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ବିଚାର ସହ ଆମ ବିଚାର ସମାନ ।
ଆର୍ଟିକିଲ ୩୭୦କୁ ନେଇ ଜମ୍ମୁକାଶ୍ମିରରେ କଂଗ୍ରେସ – ଏନସି ମେଣ୍ଟ ଏବଂ ଆମର ବିଚାର ଏକାଭଳି । ପାକିସ୍ଥାନୀ ରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ ଏଭଳି ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାକିସ୍ଥାନୀ ଟିଭି ସହ ଏକ ଟକ୍ ଶୋରେ ସାମ୍ବାଦିକ ହମିଦ୍ ମିର ଆସିଫଙ୍କୁ ପଚାରିଥିଲେ କଂଗ୍ରେସ କହୁଛି ଜମ୍ମୁକାଶ୍ମୀରରେ ୩୭୦ ଧାରାକୁ ଉଛେଦ କରିବ ଏବଂ ହକ୍ ଦେବ । କ’ଣ ଆମେ କହିପାରବା କି ପାକିସ୍ଥାନର ସରକାର ଏବଂ ଭାରତର କଂଗ୍ରେସ ଏବଂ ଏନସି ଗୋଟିଏ ପେଜ୍ରେ ଅଛନ୍ତି ? ଏହି ପ୍ରଶ୍ନର ଉତ୍ତର ଦେଇ ପାକିସ୍ଥାନ ରକ୍ଷା ମନ୍ତ୍ରୀ କହିଛନ୍ତି ଏହି ଇସୁ ଉପରେ ଆମର ମଧ୍ୟ ଏହି ଡିମାଣ୍ଡ ରହିଛି । ଆମେ ଚାହୁଁଛୁ କାଶ୍ମୀରର ଷ୍ଟାଟସ ରିଷ୍ଟୋର କରାଯାଉ ।
ପାକିସ୍ଥାନୀ ରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ
Leave a comment