ସାକ୍ଷୀ ମହାରାଜାଙ୍କ ବିବାଦୀୟ ବୟାନ…
ଦେଶରେ ୪ ପତ୍ନୀ ଏବଂ ୪୦ ପିଲା ଚଳିବ ନାହିଁ
ସାକ୍ଷୀ ମହାରାଜ ୨ଥର ଉତ୍ତରପ୍ରଦେଶର ଉନ୍ନାବ ଆସନରୁ ବିଜେପି ସାଂସଦ । ଚଳିତ ଥର ମଧ୍ୟ ସେ ଏହି ଆସନରୁ ପ୍ରାର୍ଥୀ । ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିବା ବିଜେପି ସାଂସଦ ସାକ୍ଷୀ ମହାରାଜା ପୁଣି ଏକ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଥାଆନ୍ତି । ଏବେ ପୁଣି ଥରେ ବିବାଦୀୟ ବିବୃତି ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଗୋଟିଏ ଜନସଭାକୁ ସମ୍ବର୍ଦ୍ଧିତ କରି ସେ କହିଛନ୍ତି ଯେ ଏବେ ଚାରି ପତ୍ନୀ ଏବଂ ୪୦ ପିଲା ଧାରା ଚଳିବ ନାହିଁ । ଜନସଂଖ୍ୟା ନିୟନ୍ତ୍ରଣ ଆଇନର କଥାକୁ ସେ ଦୋହରାଇଛନ୍ତି । ଆମେ ଦୁଇ ଆମର ଏକ ଏହି ଆଇନ ହିଁ ଚଳିବ ବୋଲି ସାକ୍ଷୀ ମହାରାଜ କହିଛନ୍ତି ।
ସାକ୍ଷୀ ମହାରାଜାଙ୍କ ବିବାଦୀୟ ବୟାନ
Leave a comment