ସୋର: ରୋଷେଇ ବେଳେ ହଠାତ୍ ଫାଟିଲା ପ୍ରେସର କୁକର, ଦମ୍ପତି ଗୁରୁତର । ବାଲେଶ୍ବର ଜିଲ୍ଲା ଵାହାନଗା ବ୍ଳକ ସାଉଡ଼ ଅଞ୍ଚଳରେ ଅଘଟଣ ଘଟିଛି । ସୋମନାଥ ଜେନା ଓ ତାଙ୍କ ସ୍ତ୍ରୀ ଝରଣା ଜେନାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଗତକାଲି ସମୋନାଥ ଜେନାଙ୍କ ସ୍ତ୍ରୀ ଝରଣା ଜେନା ରାତିରେ ପ୍ରେସର କୁକରରେ ମାଂସ ସିଝାଇବା ବେଳେ ପ୍ରେସର କୁକର ଫାଟି ଯାଇଥିଲା । ଫଳରେ ସେ ପୋଡି ହୋଇ ଗୁରୁତର ହୋଇଥିଲେ । ଝରଣାଙ୍କ ମୁହଁ ଓ ହାତ ପୋଡି ଯାଇଛି । ପରେ ପ୍ରେସର କୁକରକୁ ଗ୍ୟାସରୁ ଓହ୍ଲାଉଥିବା ସ୍ୱାମୀ ସୋମନାଥଙ୍କ ହାତ ମଧ୍ଯ ପୋଡି ଯିବାରୁ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ତ୍ରୀ ଗୁରୁତର ଥିବାରୁ ସୋରରୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।