ଭରତପୁର ଥାନାରେ ତନାଘନା କରିଛି କ୍ରାଇମବ୍ରାଞ୍ଚ ଟିମ୍। ପୀଡିତା ଓ ମେଜରକୁ ନେଇ ଥାନାରେ ୪୫ମିନିଟ ଧରି ଅନୁଧ୍ୟାନ କରିବା ପରେ ଚନ୍ଦକା ଥାନା ସୁନ୍ଦରପୁରରେ ଯାଇ ଅନୁଧ୍ୟାନ କରିଛି କ୍ରାଇମବ୍ରାଞ୍ଚ ଟିମ୍। ଏହାପରେ ପୀଡିତାଙ୍କୁ ଦୁର୍ବ୍ୟବହାର ହୋଇଥିବା ସ୍ଥାନରେ ସିନ୍ ରିକ୍ରିଏସନ୍ କରି କ୍ୟାମେରାରେ ସବୁ ରେକର୍ଡ କରାଯାଇଛି। ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ବୁଧବାର ସକାଳୁ ପ୍ରଥମେ ଭରତପୁର ଥାନାରେ ସବୁ ଦିଗକୁ ନେଇ ଯାଞ୍ଚ ହୋଇଥିଲା। ସେଦିନ ଥାନାରେ ପୀଡିତା ଓ ମେଜରଙ୍କ ସହ ପ୍ରକୃତରେ କଣ ଘଟିଥିଲା ତାହାର ଯାଞ୍ଚ କରିବା ସହ ତଦନ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଛି। ଏହି ସମୟରେ ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୁଲିସ ଉପସ୍ଥିତ ରହିଛନ୍ତି। ଏହାପରେ ପଥରଗାଡିଆ ଅଞ୍ଚଳରେ ଯେଉଁଠି ପୀଡିତା ଓ ମେଜରଙ୍କୁ ଅଟକାଇ ରୋଡ