ଅନୁଗୋଳ: ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। ଏହି ଗଣନା ପାଇଁ ୧୪ଟି ଟିମ୍ରେ ମୋଟ୍ ୭୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ଗଣନା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପର୍ଯ୍ୟଟକଙ୍କୁ ସାତକୋଶିଆ ଆସିବା ପାଇଁ ବାରଣ କରାଯାଇଥିବାବେଳେ ମହାନଦୀରେ ବୋଟିଂ କିମ୍ବା ମାଛ ଧରିବାକୁ ମଧ୍ୟ ମନା କରାଯାଇଛି।